ନୂଆଦିଲ୍ଲୀ: ଓଡ଼ିଆ ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ଇତିହାସ ରଚିଛନ୍ତି। ପ୍ରମୋଦ ଗ୍ରେଟବ୍ରିଟେନର ଡାନିଏଲ ବେଥିଲଙ୍କୁ ୨୧-୧୪ ଓ ୨୧-୧୭ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫଳରେ ଆଜିର ଦିନରେ ଭାରତ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତିବା ସହ ପଦକ ସଂଖ୍ୟା ୧୭ରେ ପହଂଚିଛି।
ପ୍ରମୋଦ ସ୍ୱର୍ଣ୍ଣ ଜିତିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଶୁଭକାମନା ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ, ‘ପ୍ରମୋଦ ଭଗତ ସମଗ୍ର ଦେଶବାସୀଙ୍କ ହୃଦୟ ଜିଣିଛନ୍ତି। ସେ ଜଣେ ଚାମ୍ପିୟାନ ଯାହାଙ୍କ ସଫଳତା ସଭିଙ୍କୁ ପ୍ରେରଣା ଯୋଗାଇବ।’