ଭୁବନେଶ୍ବର,ଏନ୍ଏନ୍ଏସ୍: ଆଜି (ଶୁକ୍ରବାର) ଠାରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ’ ୩ ତାରିଖରେ ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ। ଗତ ୩ ମାସ ମଧ୍ୟରେ ଦ୍ଵିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଉଥିବାରୁ ବିଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି।
ରାଷ୍ଟ୍ରପତି ଓ ରାଜ୍ୟସଭା ନିର୍ବାଚନ ଅବ୍ୟାହତ ପୂର୍ବରୁ ନବୀନଙ୍କ ଦିଲ୍ଲୀ ଗସ୍ତ ବହୁ ଗୁରୁତ୍ବ ବହନ କରୁଛି। ତେବେ ସେ ରାଜ୍ୟର ସ୍ବାର୍ଥ ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ସହିତ ବୈଠକ କରିବେ ବୋଲି ଜଣାପଡିଛି। କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟର ବକେୟା ଟଙ୍କା ପଡି ରହିଛି। ସେସ, ଜିଏସଟି ଓ ଅନ୍ୟାନ୍ୟ ବାବଦରେ ପ୍ରାୟ ୫୦ ହଜାର କୋଟି ଟଙ୍କା ବକେୟା କେନ୍ଦ୍ର ସରକାର ଉପରେ ପଡିରହିଛି। ଏହାସହ ଅନ୍ୟାୟ ପ୍ରସଙ୍ଗରେ ମଧ୍ୟ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ନବୀନ।