ଗୃହରେ ଉଠିଲା ଜାଲ ସାର୍ଟିଫିକେଟ ପ୍ରସଙ୍ଗ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଗୃହରେ ଉଠିଲା ଜାଲ ସାର୍ଟିଫିକେଟ ପ୍ରସଙ୍ଗ। ଏହାର ଜବାବରେ ଗୃହରେ ଉତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ‘ସାର୍ଟିଫିକେଟ୍ ଜାଲିଆତି କରି ୨୦ଜଣ ଧରାପଡ଼ିଛନ୍ତି ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ଅନ୍ୟ ୧୧୨ଜଣ ଶିକ୍ଷକ ଜାଲ ସାର୍ଟିଫିକେଟ୍ ଦେଇଥିବା ଚିହ୍ନଟ ହୋଇଛି । ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ ଜାଲ ସାର୍ଟିଫିକେଟ୍ ଦେଇଥିବା ଚିହ୍ନଟ ହୋଇଛି ବୋଲି ଶ୍ରୀ ଦାଶ କହିଛନ୍ତି। ଜାଲ ସାର୍ଟିଫିକେଟ୍ ଦେଇଥିବା ଶିକ୍ଷକଙ୍କ ବିରୋଧରେ ତଦନ୍ତ ଚାଲୁଛି। ଗୃହରେ ଉତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।