ରାଜ୍ୟ କ୍ୟାବିନେଟରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟ ସଚିବାଳୟରେ ଦିନ ସାଢେ ୧୨ଟାରେ କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। କ୍ୟାବିନେଟ ବୈଠକରେ ରାଜ୍ୟର ବିଭିନ୍ନ ବିଭାଗର ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ଏବଂ ଅନୁମୋଦନ ହେବାର ସମ୍ଭାବନା ରହିଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବାସଭବନରୁ ଭର୍ଚୁଆଲ୍ ମୋଡ଼ରେ ଯୋଗଦେବେ।