ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗଷ୍ଟ ୧୭ ତାରିଖ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୬୨ ହଜାର ୨୯୪ରେ ପହଞ୍ଚିଛି। ସେଥିମଧ୍ୟରୁ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯ଟି ଜିଲ୍ଲାରୁ ୨,୨୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧,୩୯୦ ଜଣ ସଂଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮୫୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି। ଅନ୍ୟପଟେ ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୨୪୩, କଟକରୁ ୧୯୪, ରାୟଗଡ଼ାରୁ ୧୬୦, ବାଲେଶ୍ୱରରୁ ୧୪୨, ସୁନ୍ଦରଗଡ଼ରୁ ୧୩୬, କନ୍ଧମାଳରୁ ୧୨୧, ଭଦ୍ରକରୁ ୧୦୪, ମାଲକାନଗିରି ଓ ଯାଜପୁରରୁ ୯୮ ଜଣ ଲେଖାଏଁ, କୋରାପୁଟରୁ ୯୪, ମୟୂରଭଞ୍ଜରୁ ୯୧, ପୁରୀରୁ ୬୮, କଳାହାଣ୍ଡିରୁ ୬୭, ବୌଦ୍ଧରୁ ୪୯, ବଲାଙ୍ଗିରରୁ ୩୭, ସମ୍ବଲପୁର ଓ ବରଗଡ଼ରୁ ୩୫ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୨୭, ନବରଙ୍ଗପୁରରୁ ୨୧, ଢେଙ୍କାନାଳରୁ ୧୮, ଜଗତସିଂହପୁରରୁ ୧୬, ଅନୁଗୁଳରୁ ୧୫, ନୟାଗଡ଼ ଓ କେନ୍ଦୁଝରରୁ ୧୩ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୧୨, ସୋନପୁରରୁ ୧୧, ନୂଆପଡ଼ାରୁ ୯ ଓ ଗଜପତିରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏଥିସହିତ ରାଜ୍ୟରେ ବର୍ତ୍ତମାନ ୪୨ ହଜାର ୨୭୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଥିବା ବେଳେ ୧୯ ହଜାର ୬୧୨ ଜଣ ସକ୍ରିୟ ଅଛନ୍ତି।
ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ଆଜି ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାର ୪ ଜଣ ଏବଂ ବରଗଡ଼, କଟକ, ଗଞ୍ଜାମ, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୫୩ରେ ପହଞ୍ଚିଥିବାବେଳେ ସେଥିରେ ଗଞ୍ଜାମର ୧୫୫ ଜଣ ଓ ଖୋର୍ଦ୍ଧାର ୪୮ ଜଣ ଅଛନ୍ତି।