ଆଜି ୩ ହଜାର ତଳକୁ ଖସିଲା ସଂକ୍ରମଣ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୨,୯୫୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୯୮ଜଣ ଓ ସ୍ଥାନୀୟ ସଂକ୍ରମଣ ୧୨୫୯ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୮୩ହଜାର ୪୯୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୦୮, କଟକରୁ ୨୭୨, ଯାଜପୁରରୁ ୨୬୦, ବାଲେଶ୍ୱରରୁ ୨୪୭, ପୁରୀରୁ ୨୧୯, ଭଦ୍ରକରୁ ୧୯୨, ମୟୁରଭଞ୍ଜରୁ ୧୩୫, କେନ୍ଦ୍ରାପଡ଼ାରୁ ୧୧୬, ନୟାଗଡ଼ରୁ ୧୧୨ ଓ ଅନୁଗୁଳ ଜିଲ୍ଲାରୁ ୧୧୦ଜଣ ରହିଛନ୍ତି। ସେହିପରି ଜଗତସିଂହପୁରରୁ ୧୦୩, ଷ୍ଟେଟପୋଲରୁ ୭୦, ରାୟଗଡ଼ାରୁ ୬୩, କୋରାପୁଟରୁ ୬୦, ସୁନ୍ଦରଗଡ଼ରୁ ୫୮, କେଉଁଝରରୁ ୫୭, ମାଲକାନଗିରିରୁ ୫୬, କନ୍ଧମାଳରୁ ୫୧, ବୌଦ୍ଧରୁ ୪୭, ନବରଙ୍ଗପୁରରୁ ୪୫, ଢେଙ୍କାନାଳରୁ ୪୨, ବରଗଡ଼ରୁ ୪୧, କଳାହାଣ୍ଡିରୁ ୩୮, ବଲାଙ୍ଗିରରୁ ୩୭, ସମ୍ବଲପୁରରୁ ୨୮, ସୋନପୁରରୁ ୨୫, ଗଜପତିରୁ ୨୪, ଗଞ୍ଜାମରୁ ୧୮, ଦେଓଗଡ଼ ଓ ନୂଆପଡ଼ାରୁ ୧୦ ଓ ଝାରସୁଗୁଡ଼ା ଜିଲ୍ଲାରୁ ୩ଜଣ ରହିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୮୩ହଜାର ୪୯୦ ହୋଇଥିବାବେଳେ ୮ଲକ୍ଷ ୪୪ହଜାର ୮୦୧ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୬୭୧ଜଣଙ୍କର ମୃତ୍ୟୁ ଘଟିଛି ଓ ୩୪ହଜାର ୯୬୫ଜଣ ଚିକିତ୍ସିତ ହେଉଛନ୍ତି।