ଆଜି ଆଇପିଏଲ୍ ୨୦୨୧ର ଦ୍ୱିତୀୟ ମ୍ୟାଚ୍: ଚେନ୍ନାଇ ବନାମ ଦିଲ୍ଲୀ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଆଇପିଏଲର ସିଜିନ ୧୪ର ଦ୍ୱିତୀୟ ମ୍ୟାଚ୍ ମୁମ୍ବାଇର ୱାଂଖେଡେ ଷ୍ଟାଡିୟମରେ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗସ ଗତ ସିଜିନରେ ଖରାପ ପ୍ରଦର୍ଶନ କରିଥିଲା, କିନ୍ତୁ ଏଥର ମ୍ୟାଚ୍ ଜିତିବା ସହିତ ଆଇପିଏଲ ଟ୍ରଫି ନେବାର ଲକ୍ଷ ରଖିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବ କ୍ୟାପଟେନ ଶ୍ରେୟଶ ଆୟରଙ୍କ ବିନା ଏଥର ମଇଦାନକୁ ଓହ୍ଲାଇବ। ଏଥିରେ ଋଷଭ ପନ୍ତଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ୨୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ସେଥିରୁ ୧୫ଟି ମ୍ୟାଚ୍ ଚେନ୍ନାଇ ଜିତିଥିବା ବେଳେ ୮ଟି ଦିଲ୍ଲୀ ଜିତିଛି।

ଦିଲ୍ଲୀ କ୍ୟାପିଟାଲ୍ସର ସମ୍ଭାବ୍ୟ ଏକାଦଶ: ପୃଥ୍ୱୀ ଶ, ଶିଖର ଧାୱନ, ଆଜିଙ୍କ୍ୟ ରାହଣେ, ଋଷଭ ପନ୍ତ(ଅଧିନାୟକ ଓ ୱିକେଟ କିପର), ମାର୍କସ ଷ୍ଟୋନିସ, ଏସ୍ ହିଟମେୟର, କ୍ରିସ ଓକ୍ସ, ରବିଚନ୍ଦ୍ରନ ଅଶ୍ୱିନ, ଅମିତ ମିଶ୍ରା, ଇଶାନ୍ତ ଶର୍ମା, ଉମେଶ ଯାଦବ।

ଚେନ୍ନାଇ ସୁପରକିଙ୍ଗ୍ସର ସମ୍ଭାବ୍ୟ ଏକାଦଶ: ଋତୁରାଜ ଗାଏକୱାଡ, ରବିନ ଉତ୍ଥାପା, ଫାଫ୍ ଡୁପ୍ଲେସିସ୍, ସୁରେଶ ରାଇନା, ଏମଏସ ଧୋନି(ଅଧିନାୟକ ଓ ୱିକେଟ କିପର), ମୋଇନ ଅଲ୍ଲୀ, ସାମ୍ କରନ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର, ଇମ୍ରାନ ତାହିର।