ଆଜି ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନଙ୍କ ଜନ୍ମ ଦିନ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ ୫୫ ବର୍ଷ ବୟସରେ ପାଦ ଥାପିଛନ୍ତି। ପ୍ରତିବର୍ଷ ଧୁମଧାମରେ ଜନ୍ମଦିନ ପାଳନ କରୁଥିବା ଦବଙ୍ଗ ଖାନ ଚଳିତ ବର୍ଷ ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ କରୁଥିବା ଜଣାପଡ଼ିଛି। ପ୍ରତିବର୍ଷ ଜନ୍ମଦିନରେ ସେ ନିଜ ପ୍ରଶଂସକଙ୍କୁ ଘର ବାହାରକୁ ଆସି ଦେଖା କରିଥାନ୍ତି। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ପ୍ରଶଂସକଙ୍କୁ ଆସିବ‌ାକୁ ମନା କରିଛନ୍ତି।

ସଲମାନଙ୍କ ଘର ବାହାରେ ଲାଗିଥିବା ଏକ ବ୍ୟାନରରେ ଲେଖାଯାଇଛି ଯେ, ବର୍ଷ ବର୍ଷ ଧରି ମୋ ଜନ୍ମଦିନରେ ମୋର ପ୍ରଶଂସକଙ୍କ ଭଲପାଇବା ଏବଂ ସ୍ନେହ ମତେ ଅତ୍ୟଧିକ ମାତ୍ରାରେ ମିଳିଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ ମହାମାରୀ ଏବଂ ସାମାଜିକ ଦୂରତା ନିୟମକୁ ମନେ ରଖି ମୋ ଘର ବାହାରେ ଭିଡ଼ ନକରିବାକୁ ମୋର ବିନମ୍ର ଅନୁରୋଧ। ମୁଁ ବର୍ତ୍ତମାନ ଗାଲାକ୍ସି ଆପାର୍ଟମେଣ୍ଟରେ ନାହିଁ। ମାସ୍କ ପିନ୍ଧନ୍ତୁ, ସାନିଟାଇଜର ବ୍ୟବହାର କରନ୍ତୁ। ସାମାଜିକ ଦୂରତା ବଜାୟ ରଖନ୍ତୁ।