ଆଜି ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟା ୩୦ ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୁକ୍ତ ଦୁଇ ବାଣିଜ୍ୟ ଫଳ ଘୋଷଣା କରିବେ।

ଚଳିତ ବର୍ଷ କରୋନା କଟକଣା ପାଇଁ ଗତ ବର୍ଷ ଅପେକ୍ଷା ୩ ମାସ ବିଳମ୍ବରେ ରେଜଲ୍ଟ ପ୍ରକାଶ ପାଉଛି। ଏହା ପୂର୍ବରୁ ଗତ ସପ୍ତାହରେ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା। ସେହିପରି ଛାତ୍ରଛାତ୍ରୀମାନେ ଅନଲାଇନ ୱେବସାଇଟ www.orissaresults.nic.inରେ ପରୀକ୍ଷା ଫଳ ଦେଖିପାରିବେ।