ପୁରୀ: ଆଜି ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିବେ ଚତୁର୍ଦ୍ଧା ବିଗ୍ରହ । ଆଜି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ। ଏଥି ପାଇଁ ଭୋରୁ ଆରମ୍ଭ ହୋଇୟାଇଛି ନୀତିକାନ୍ତି। ରାତି ୩ଟା ୩୦ ମିନିଟରେ ମଙ୍ଗଳାର୍ପଣ ଶେଷ ହୋଇଛି। ଏହାପରେ ଡୋରଲାଗି ଓ ପୁଷ୍ପାଞ୍ଜଳୀ ପହଣ୍ଡି ହୋଇଛି। ୧୧ଟାରୁ ୧୨ଟା ମଧ୍ୟରେ ଜଳ ବିଜେ, ପୂଜା, ସ୍ନାନ ନୀତି ହେବ। ପରେ ପରେ ମଇଲମ, ମେକାପ ସର୍ବାଙ୍ଗ ଓ ନୂଆ ଲୁଗା ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ୨ ଟାରେ ଛେରା ପହଁରା ପରେ ହାତୀ ବେଶ ଅନୁଷ୍ଠିତ ହେବ। ସ୍ନାନ ଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀମନ୍ଦିର। ଭକ୍ତଙ୍କ ଗହଳିରେ ଫାଟି ପଡୁଛି ବଡ ଦାଣ୍ଡ। ଆଜି ଶ୍ରୀଜୀଉମାନେ ସ୍ନାନବେଦୀରେ ଦୁର୍ଲଭ ହାତୀବେଶ ବା ଗଜାନନ ବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ । କାଳିଆକୁ ଦେଖିବାକୁ ଆତୁର ଭକ୍ତ ।