ଆଜି ବାହାରିବ ଜେଇଇ ମେନ ପରୀକ୍ଷା ଫଳ

ନୂଆଦିଲ୍ଲୀ,ଏଜେନ୍ସି: ନେସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନର ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଏନେଇ www. jeemain.nta.nic.inରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ। ଏହାପରେ ଛାତ୍ରଛାତ୍ରୀମାନେ ଆଡମିସନ ପ୍ରକ୍ରିୟାରେ ଭାଗନେଇ ପାରିବେ। ଜେଇଇ ମେନର ରେଜଲ୍ଟ ବାହାରିବାର ଗୋଟିଏ ଦିନ ପରେ ଜେଇଇ ଆଡଭାନ୍ସ ପରୀକ୍ଷା ଫଳ ଆସିପାରେ।

ସୂଚନା ଅନୁସାରେ କରୋନା କଟକଣା ଯୋଗୁଁ ଏହି ପରୀକ୍ଷା ବାତିଲ ହୋଇଥିଲା। ସେହିପରି ଚଳିତମାସ ପହିଲାରୁ ୬ ତାରିଖ ମଧ୍ୟରେ ସାରା ଦେଶରେ ୮ଲକ୍ଷ ୫୮ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜିକୃତ କରିଥିବାବେଳେ ୬ ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀ ଜେଇଇ ମେନ ପରୀକ୍ଷା ଦେଇଛନ୍ତି।