ନୂଆଦିଲ୍ଲୀ : ପବନର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି । ଦୋଷୀ ପବନ ଗୁପ୍ତା ପୂର୍ବରୁ କ୍ୟୁରେଟିଭ୍ ପିଟିସନ ଆବେଦନ କରିଥିଲା । ଆଉ ପରେ ତାହା ଖାରଜ ହୋଇଥିଲା । ହେଲେ ପରବର୍ତୀ ସମୟରେ ସେ ପୁଣି ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଥିଲା । ମାତ୍ର ପବନର ରାଜକ୍ଷମା ଆବେଦନକୁ ଆଜି ରାଷ୍ଟ୍ରପତି ଖାରଜ କରିଦେଇଥିବା ସୂଚନା ମିଳିଛିି । ଯେଉଁଥିପାଇଁ ଫାଶୀ ସମ୍ଭାବନା ଆହୁରି ବଢିଯାଇଛି । ଯାହାଫଳରେ ଆସନ୍ତାକାଲି ନିର୍ଭୟା କାଣ୍ଡର ୪ ଦୋଷୀ ଫାଶୀ ପାଇବା ଏକପ୍ରକାର ନିଶ୍ଚିତ ହୋଇଛି ।