ଆଜି ହରିଶୟନ ଏକାଦଶୀ, ୪ ମାସ ଧରି ଚାଲିବ ମହାପ୍ରଭୁଙ୍କ ଶୟନ ଯାତ୍ରା

ପୁରୀ,ଏନ୍ଏନ୍ଏସ୍: ଆଜି ହେଉଛି ହରିଶୟନ ଏକାଦଶୀ। ଆଜିଠାରୁ ମହାପ୍ରଭୁଙ୍କ ଶୟନ ଯାତ୍ରା ୪ ମାସ ଧରି ଚାଲିବ। ଏହି ସମୟରେ ମହାପ୍ରଭୁ ନିଦ୍ରାରେ ଯାଇ କାର୍ତ୍ତିକ ବଡ ଏକାଦଶୀ ତିଥିରେ ଉଠିବେ। ଆଷାଢ଼ମାସ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ବଡ ଏକାଦଶୀ ୪ ମାସ ଶୟନ ଯାତ୍ରାର ସମୟ ହୋଇଥାଏ। ମାତ୍ର ଚଳିତବର୍ଷ ଆଶ୍ୱିନ ମାସ ମଳମାସ ପଡୁଥିବାରୁ ଏହା ଶ୍ରାବଣ ମାସରେ ଅନୁଷ୍ଠିତ ହେଉଛି।

ସନାତନ ଧର୍ମରେ କୁହାଯାଇଛି ଏହି ୪ ମାସରେ ଶୁଭ ବା ମାଙ୍ଗଳିକ କାର୍ଯ୍ୟ ନିଷିଦ୍ଧ ଥାଏ। ଶ୍ରୀମନ୍ଦିରରେ ଏହି ଶୟନ ଯାତ୍ରା ନୀତି ପାଇଁ ଶୟନ ଠାକୁରଙ୍କୁ ରତ୍ନସିଂହାସନରୁ ଅଣାଯିବ। ସେଠାରେ ନୀତି କରାଯାଇ ଶୟନ ଠାକୁରଙ୍କୁ ପୂଜାପଣ୍ଡା ସାମନ୍ତମାନେ ଭଣ୍ଡାର ଦୁଆରକୁ ନେବାପରେ ଶୟନ ନୀତି ଅନୁଷ୍ଠିତ ହେବ।