ଆଜି ବସିବ ଆଇପିଏଲ୍ ପରିଚାଳନା ପରିଷଦ କମିଟିର ଚୂଡାନ୍ତ ବୈଠକ

ମୁମ୍ୱାଇ,ଏନ୍ଏନ୍ଏସ୍: ଆଜି ଆଇପିଏଲ୍ ପରିଚାଳନା ପରିଷଦ କମିଟର ଏକ ଚୂଡାନ୍ତ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଆଇପିଏଲ ମ୍ୟାଚର ତାରିଖ ଏବଂ ସମୟ ଧାର୍ଯ୍ୟ କରାଯିବ। ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ସେହିପରି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡଲାଇନ ପ୍ରସ୍ତୁତ କରାଯିବ। ଚାଇନିଜ ମୋବାଇଲ କମ୍ପାନୀ ଭିଭୋ ଏଥର ଆଇପିଏଲର ସ୍ପୋନସର ଶିପ କରିବ ନା ନାହିଁ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ଏହି ଲିଗକୁ ସଂଯୁକ୍ତ ଆରବ ଏମିରେଟ୍ସକୁ ସ୍ଥାନାନ୍ତର କରିବାକୁ ବିସିସିଆଇ ପ୍ରସ୍ତୁତ ହୋଇଥିବାବେଳେ ବ୍ରିଜେଶ ପଟେଲଙ୍କ ନେତୃତ୍ୱାଧୀନ ଶାସକ ପରିଷଦର ୧୦-ପଏଣ୍ଟ ଏଜେଣ୍ଡାରେ ସରକାରଙ୍କ ତରଫରୁ ଅନୁମତି ମିଳିବା ନିହାତି ଦରକାର ବୋଲି କୁହାଯାଇଛି।