ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୬୭୯୮ଜଣ ସରପଞ୍ଚଙ୍କ ସହ ଭିଡ଼ିଓ କନଫରେନସିଂ ଜରିଆରେ ଆଲୋଚନା କରିବେ। ନିକଟରେ ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳରେ କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଏଥିପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଇଛି। ଅସାଧାରଣ ପରିସ୍ଥିତି ଅସାଧାରଣ ସମାଧାନ ଆବଶ୍ୟକ କରେ। ପଞ୍ଚାୟତ ଏବଂ ୟୁଏଲ୍ବିମାନଙ୍କ ସଶକ୍ତୀକରଣ ଦ୍ୱାରା ଆମେ ପରିସ୍ଥିତିକୁ ଠିକ୍ ଭାବରେ ମୁକାବିଲା କରି ପାରିବା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।
ସେହିପରି ଲକ୍ଡାଉନ୍ ବେଳେ ବାହାର ରାଜ୍ୟରୁ ଲୋକ ଓଡ଼ିଶାକୁ ଫେରୁଛନ୍ତି। ଏଭଳି ସ୍ଥିତିରେ ପଞ୍ଚାୟତମାନେ ଚାହିଁଲେ ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଚିହ୍ନଟ କରି ପାରିବେ ଓ କରୋନାରୁ ବଞ୍ଚାଇ ପାରିବେ ବୋଲି ଗତକାଲି କହିଥିଲେ କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରଚ ବାଗଚୀ।