ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ମୁକାବିଲାର ମୁଖ୍ୟ ଅସ୍ତ୍ର ସାଜିଛି ମାସ୍କ। ଏନେଇ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆଫ୍ରିକାର ସିଡିଏସ୍, ଫେସବୁକ୍, ଗୁଗଲ, ଗ୍ଲୋବାଲ ସିଟିଜେନ ଭଳି ୪୦ଟି ସଂଗଠନ ପକ୍ଷରୁ ବିଶ୍ୱ ମାସ୍କ ସପ୍ତାହ ପାଳନ କରାଯାଉଛି। ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଦିବସ ପାଳନ କରାଯିବ।
ବିଶ୍ୱରେ କରୋନା ଭୂତାଣୁ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି। କରୋନା ଟିକା ପ୍ରସ୍ତୁତିରେ ବିଭିନ୍ନ ଦେଶ ଲାଗିଥିବା ବେଳେ ଏହାକୁ ରୋକିବା ପାଇଁ ମାସ୍କ ପିନ୍ଧିବା ବେଶ ଜରୁରୀ। ତେଣୁ ସର୍ବସାଧାରଣରେ ମାସ୍କ ବ୍ୟବହାର କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ମାସ୍କ ସପ୍ତାହ ପାଳନ କରାଯାଉଛି।