ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତରପ୍ରଦେଶ ଗସ୍ତ, ଲୋକାର୍ପଣ କରିବେ ଏକାଧିକ ପ୍ରକଳ୍ପ

ନୂଆଦିଲ୍ଲୀ/ବାରାଣସୀ,ଏଜେନ୍ସି: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଉତ୍ତରପ୍ରଦେଶ ଗସ୍ତରେ ଯିବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ‘ବାରାଣସୀ’ ମଧ୍ୟ ଯିବେ। ବାରାଣସୀରେ ପହଞ୍ଚି ଶାହା ଭଗବାନ କାଶୀ ବିଶ୍ୱନାଥଙ୍କୁ ଦର୍ଶନ କରିବେ। ଗୃହମନ୍ତ୍ରୀଙ୍କ ଏହି ଗସ୍ତରେ ଉତ୍ତରପ୍ରଦେଶକୁ ଏକାଧିକ ଉପହାର ମିଳିବ। ଅମିତ ଶାହା ବିନ୍ଧ୍ୟବାସିନୀ କରିଡରର ଶିଳାନ୍ୟାସ କରିବେ। ଶାହା କହିଛନ୍ତି ଯେ, ଏହି କରିଡର ନିର୍ମାଣ ହେବା ପରେ ଶକ୍ତିପୀଠ ଆଧ୍ୟାତ୍ମିକ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ହୋଇଯିବ।

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉତ୍ତରପ୍ରଦେଶ ଗସ୍ତରେ ଏକାଧିକ ପ୍ରକଳ୍ପକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରାଯିବ। ସରକାର ଚାହୁଁଛନ୍ତି ଯେ, ଲୋକଙ୍କ ନିକଟରେ ସର୍ବାଧିକ ଯୋଜନା ପହଞ୍ଚୁ। ଶାହା ଆଜି ଲଖନଉରେ ଉତ୍ତରପ୍ରଦେଶ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ ଫରେନସିକ ସାଇସେସ ୟୁନିଭରସିଟି ପାଇଁ ଶିଳାନ୍ୟାସ କରିବେ। ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଶାହା ଲଖନଉ ବିମାନବନ୍ଦରରେ ପହଞ୍ଚିବେ।