ଆଜି ଜିଲ୍ଲାରେ ୫୬ କରୋନା ପଜିଟିଭ ଚିହ୍ନଟ

ବରଗଡ଼,ଏନ୍ଏନ୍ଏସ୍: ମଙ୍ଗଳବାର ଜିଲ୍ଲାରେ ୫୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବରଗଡ଼ ବିକାଶ ହସ୍ପିଟାଲରେ ୪ ଜଣ, ବରଗଡ଼ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ୩୦ ଜଣ, ସୋହେଲା ବ୍ଲକ୍ କୁଚିପାଲିରେ ଜଣେ, ପେଟୁପାଲିରେ ୨ ଜଣ ଏବଂ ଗୁଡଭେଲିପଦର ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ବରପାଲ ବ୍ଲକ ବରମକେଲାରେ ୨ ଜଣ, ବରପାଲି ଏନଏସିରେ ୪ ଜଣ, ଭଟଲି ବ୍ଲକ ଉଦେପାଲିରେ ୨ ଜଣ, ନୁଆପାଲିରେ ଜଣେ, ପଦ୍ମପୁର ବ୍ଲକ ବରିକେଲରେ ଜଣେ, ବାଦିମାଲରେ ଜଣେ, ଅତାବିରା ବ୍ଲକ୍ କୁକେତେରାରେ ଜଣେ, ଚକୁଲିଫାର୍ମରେ ଜଣେ, ଗାଇସିଲେଟ ବ୍ଲକ ତେଲିପୁଖାପାନିରେ ଜଣେ, ବିଜେପୁର ବ୍ଲକ ସଦର ମହକୁମାରେ ୩ ଜଣ ଏବଂ ଚାରପାଲି ଗ୍ରାମରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୦୧ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୪୨ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୫୬ ଜଣ ଚିକିତ୍ସିତ ହେଉଛନ୍ତି। ଆଜି ଚିହ୍ନଟ ସମସ୍ତ କରୋନା ପଜିଟିଭଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବାବେଳେ ସମ୍ପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳଭାବେ ଘୋଷଣା କରାଯାଇଛି।