ଆଜି ୫ କରୋନା ପଜିଟିଭ ଚିହ୍ନଟ

ବଲାଙ୍ଗିର,ଏନ୍ଏନ୍ଏସ୍: ଆଜି ବଲାଙ୍ଗିର ଜିଲ୍ଲାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏଥିରୁ କଣ୍ଟାବାଞ୍ଜି ସହରର ୩ ଜଣ ରହିଥିବାବେଳେ ଆଗଲପୁର ବ୍ଲକ ବୁରୋଭାଡ଼ି ଗାଁର ଜଣେ ଓ ବଲାଙ୍ଗିର ସହର ବେହେରାପାଲି ପଡାର ଜଣେ ସଂକ୍ରମିତ ରହିଛନ୍ତି । ୪ ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ଜଣେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାପଡ଼ିଛି। ଆଜିର ୫ଜଣଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୯ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୩୨୨ ଜଣ ସୁସ୍ଥହୋଇ ଫେରିଛନ୍ତି ।