ରାଜଧାନୀରୁ ପୁଣି ୩୪୨ ଚିହ୍ନଟ, ସଂଗରୋଧ ଠାରୁ ସ୍ଥାନୀୟ ଅଧିକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୩୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬୯୩୩ରେ ପହଞ୍ଚିଛି। ଏଥିମଧ୍ୟରୁ ୧୨୨୮୮ଜଣ ସୁସ୍ଥହୋଇ ଫେରିଥିବା ବେଳେ ୬୪ଜଣଙ୍କର ମୃତ୍ୟୁ ହୋଇଛି।

୪୫୬୮ଟି ଆକ୍ଟିଭ କେସ ରହିଛି। ଏନେଇ ଭୁବନେଶ୍ୱର ମହାନଗରନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ତେବେ ରାଜଧାନୀରେ ଆଜି କ୍ୱାରେଣ୍ଟାଇନରୁ ମାତ୍ର ୯୮ଜଣ ଚିହ୍ନଟ ହୋଇଥିବାବେଳେ ୨୪୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଅନ୍ୟପକ୍ଷରେ ଆଜି ୩୮୭ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ ଫେରିଛନ୍ତି।