ଆଜି ଆଇପିଏଲର ପ୍ରଥମ ଏଲିମିନେଟର ମ୍ୟାଚ୍, ଆରସିବି ବନାମ ଏସଆରଏଚ୍

ଆବୁଧାବି,ଏଜେନ୍ସି: ଆଜି ଆଇପିଏଲ୍ ପ୍ଲେ-ଅଫ୍ ପର୍ଯ୍ୟାୟର ପ୍ରଥମ ଏଲିମିନେଟର ମ୍ୟାଚ। ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ଓ ସନ ରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍) ଆମନାସାମ୍ନି ହେବେ। ତେବେ ଆଜି ଏହି ମ୍ୟାଚଟି ସନ୍ଧ୍ୟା ସାଢ଼େ ୭ଟାରେ ଆବୁଧାବିରେ ଖେଳାଯିବ। ଏହି ମ୍ୟାଚରେ ବିଜୟୀ ହୋଇଥିବା ଦଳ ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଯିବା ବେଳେ ଅନ୍ୟ ଟିମଟି ମ୍ୟାଚରୁ ବିଦାୟ ନେବ।

ଏସଆରଏଚ୍ ନିଜର ଶେଷ ମ୍ୟାଚରେ ଚତ୍ମକାର ବିଜୟ ହାସଲ କରି ପ୍ଲେ-ଅଫକୁ ଆସିଛି। ଅନ୍ୟପଟେ ଆରସିବି ମଧ୍ୟ ଏହି ସିଜିନରେ ଚତ୍ମକାର ପ୍ରଦର୍ଶନ କରିଛି। ତେଣୁ ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି କୁହାଯାଉଛି।

ୱାର୍ନର ଓ କୋହଲିଙ୍କ ଭିତରୁ କେଉଁ କ୍ୟାପଟେନ୍ ନିଜ ଦଳକୁ ବିଜୟୀ କରିବାକୁ ସଫଳ ହେଉଛି ତାକୁ ନେଇ ଏହି ମ୍ୟାଚ୍ ଅତି ରୋମାଞ୍ଚକର ହେବ। ୱାର୍ନର ଏସଆରଏଚ୍ ଦଳର ମଙ୍ଗ ଧରିଥିବାବେଳେ କୋହଲି ଓ ଏବି ଡେବିଲିୟରସଙ୍କ ବ୍ୟାଟିଂ ଉପରେ ଆରିସିବିର ଭରସା ରଖିଛି। ତେଣୁ ଏହି ମ୍ୟାଚରେ କିଏ ବିଜୟୀ ହେବ ସେ ନେଇ ଆକଳନ କରିବା କଷ୍ଟକର ହୋଇପଡ଼ିଛି।