ଆଜି ୧୯୦୪ ପଜିଟିଭ ଚିହ୍ନଟ, ୧୬ ଆକ୍ରାନ୍ତ ମୃତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଆଜି ରାଜ୍ୟରେ ୧୯୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୨୨୫୦ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ୧୧୧୫ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୮୯ ଜଣ ସ୍ଥାନୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି।

ଆଜି ଅନୁଗୁଳ ଜିଲ୍ଲାରୁ ୧୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୯୦, ବରଗଡରୁ ୩୫, ଭଦ୍ରକରୁ ୧୯, ବଲାଙ୍ଗିରରୁ ୬୬, ବୌଦ୍ଧରୁ ୨୪, କଟକରୁ ୧୧୧, ଦେବଗଡରୁ ୨୧, ଢେଙ୍କାନାଳରୁ ୫୦, ଗଜପତିରୁ ୨, ଗଞ୍ଜାମରୁ ୩୯, ଜଗତସିଂହପୁରରୁ ୭୩, ଯାଜପୁରରୁ ୪୯, ଝାରସୁଗୁଡାରୁ ୫୧, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୧୮, କେନ୍ଦ୍ରାପଡାରୁ ୧୦୬, କେନ୍ଦୁଝରରୁ ୫୬, ଖୋର୍ଦ୍ଧାରୁ ୨୨୧, କୋରାପୁଟରୁ ୩୬, ମାଲକାନଗିରିରୁ ୩୦, ମୟୁରଭଞ୍ଜରୁ ୯୩, ନବରଙ୍ଗପୁରରୁ ୪୩, ନୟାଗଡରୁ ୩୨, ନୂଆପଡାରୁ ୧୨୮, ପୁରୀରୁ ୪୯, ରାୟଗଡାରୁ ୧୭, ସମ୍ବଲପୁରରୁ ୪୪, ସୋନପୁରରୁ ୭୩, ସୁନ୍ଦରଗଡରୁ ୧୦୦ ଓ ଷ୍ଟଟପୁଲରୁ ୪୨ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

୧୬ ମୃତକଙ୍କ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା, କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ, ନୂଆପଡା ଜିଲ୍ଲାରୁ ୨ ଜଣ, ଭଦ୍ରକ, କଟକ, ଝାରସୁଗୁଡା ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି।