ରାଜଧାନୀରୁ ପୁଣି ୧୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୮୦୩ ରେ ପହଞ୍ଚିଛି। ସେଥିମଧ୍ୟରୁ ୩୧୩୨୬ ଜଣ ସୁସ୍ଥହୋଇଥିବାବେଳେ ୨୪୫ଜଣଙ୍କର ମୃତ୍ୟୁ ହୋଇଛି।

ଏବଂ ୨୧୧ଜଣ ଚିକିତ୍ସାଧୀନ ରହିଛନ୍ତି। ତେବେ ଆଜିର ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବାବେଳେ ୧୭ ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ଭୁବନେଶ୍ୱରରୁ ୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।