୨୦୧୬-୧୭ ଵର୍ଷ ପାଇଁ ଓଡିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ

ବେଙ୍ଗାଲୁରୁ,ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୧୬-୧୭ ବର୍ଷ ପାଇଁ ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କରାଯାଇଛି। ଏ ନେଇ କୃଷି ଓ କୃଷକ ଶସକ୍ତିକରଣ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ଗୁରୁବାର ବେଙ୍ଗାଲୁରୁର ତୁମକୁର ଠାରେ କେନ୍ଦ୍ରୀୟ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬-୧୭ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।


ଏହି କୃଷି କର୍ମଣ ପୁରସ୍କାରରେ ଏକ ଟ୍ରଫି ଓ ପ୍ରଶଂସାପତ୍ର ସହ ନଗଦ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଅତିରିକ୍ତ ମୁଖ୍ୟ ସଚିବ ତଥା କୃଷି ଉତ୍ପାଦନ କମିସନର ପ୍ରଦୀପ କୁମାର ମହାପାତ୍ର ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍ ମୁଖୁକୁମାର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ନିଜର ନୂତନ କୃଷି ନୀତି ‘ସମୃଦ୍ଧି-୨୦୨୦’କୁ ମଧ୍ୟ ଉନ୍ମୋଚନ କରାଯାଇଛି। ଏହି ଯୋଜନାରେ କୃଷି ବିକାଶକୁ ସୁନିଶ୍ଚିତ କରିବା ସହ କୃଷକର ଆୟରେ ବୃଦ୍ଧି ପାଇଁ କିପରି ବଜାରରେ ଫସଲକୁ ବଜାର ଲିଙ୍କେଜ କରାଯିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।