୧୨ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ ବଢିଥିବା ବେଳେ ରାଜ୍ୟ କଟକଣାକୁ ମଧ୍ୟ କଡାକଡି କରାଯାଇଛି। ପ୍ରଥମେ ବିମାନ ବନ୍ଦରରେ ଦେଶ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ଟେଷ୍ଟିଂ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ଦେଶ ଭିତରେ ଯେଉଁ ରାଜ୍ୟ ଗୁଡିକରେ କରୋନାର ନୂଆ ଷ୍ଟ୍ରେନ୍ ତାଣ୍ଡବ ରଚିବା ଆରମ୍ଭ କରିଛି ସେମାନଙ୍କର ଓଡ଼ିଶା ଯାତ୍ରା ଉପରେ ବି ନଜର ରଖିବେ ରାଜ୍ୟ ସରକାର।

ବିଶେଷ କରି ୧୨ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର, ଏୟାରପୋର୍ଟ ଅଥରିଟି ଓ ରେଲୱେ ଡିଜିଙ୍କୁ ଚିଠି ଲେଖାଯାଇଛି।

ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ ଆସୁଥିବା ଲୋକ ମାନଙ୍କ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ ମହାପାତ୍ର ଚିଠି କରିଛନ୍ତି।