ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏନ ଶେଷାନଙ୍କ ପରଲୋକ

ଚେନ୍ନଇ,ଏଜେନ୍ସି: ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏନ ଶେଷାନଙ୍କ ରବିବାର ରତିରେ ପରଲୋକ ହୋଇଯାଇଛି। ତେବେ ତାଙ୍କୁ ୮୬ ବର୍ଷ ହୋଇଥିବାବେଳେ ହୃଦଘାତରେ ତାଙ୍କର ମୃତ୍ୱୁ ହୋଇଥିବା ଜଣାପଡିଛି।

୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ସେ ଭାରତର ମୁଖ୍ୟ ନିର୍ବାଚନ କମିଶନ ଭାବେ କାର୍ଯ୍ୟ କରିଥିଲେ । ଭାରତୀୟ ନିର୍ବାଚନରେ ସେ ଅନେକ ସଂସ୍କାର ଆଣି ଚର୍ଚ୍ଚାର ପରିସରକୁ ଆସିଥିଲେ। ନିର୍ବାଚନରେ ସ୍ୱଚ୍ଛତା ଆଣିବା ଓ ଅନୟମିିତ୍ତତା ଦୂର କରିବା ଦିଗରେ ସେ ଅନେକ ପଦକ୍ଷେପ ନେଇଥିଲେ । ମୁଖ୍ୟ ନିର୍ବାଚନ କମିଶନ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ ନିଜର ଟୁଇଟର ଆକାଉଣ୍ଟରୁ ଟୁଇଟ କରି ଲେଖିଛନ୍ତି ଯେ ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ତଥା ରମଣ ମାଗାସେସେ ପୁରସ୍କାର ବିଜେତା ଟିଏନ ଶେଷାନଙ୍କ ପରଲୋକ ଦେଶ ପାଇଁ ବହୁ ଦୁଖିଃର ଖବର। ନିର୍ବାଚନ ପ୍ରକ୍ରିୟାରେ ସେ ବ୍ୟାପକ ସଂସ୍କାର ଆଣିଥିଲେ।’ ତେବେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।