ତୃଣମୂଣ କଂଗ୍ରେସର ପୂର୍ବ ରାଜ୍ୟସଭା ସାଂସଦ କେଡୀ ସିଂହ ମନି ଲଣ୍ଡ୍ରିଂ ମାମଲାରେ ଗିରଫ

ନୂଆଦିଲ୍ଲୀ: ତୃଣମୂଣ କଂଗ୍ରେସର ପୂର୍ବତନ ରାଜ୍ୟସଭା ସାଂସଦ କେଡୀ ସିଂ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ ପଦକ୍ଷେପ ନେଇଛି। ମନି ଲଣ୍ଡ୍ରିଂ ମାମଲାରେ କେଡୀ ସିଂଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚୁରା କରିଥିଲା। ଏହି ସମୟରେ କେଡୀ ସିଂ କିଛି ପ୍ରଶ୍ନର ଉତ୍ତର ଦେବାରେ ବିଫଳ ହେବାରୁ ତାଙ୍କୁ ଗିରଫ କରାଯାଇଛି। କେଡୀ ସିଂ ୨୦୧୪ ଏପ୍ରିଲରେ ତୃଣମୂଳ କଂଗ୍ରେସ ଟିକେଟରେ ରାଜ୍ୟସଭା ଲାଗି ମନୋନୀତ ହୋଇଥିଲେ।

ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ଓ ଚଣ୍ଡୀଗଡ଼ରେ କେଡୀ ସିଂ ସହିତ ଜଡ଼ିତ ଜାଗାରେ ଯାଞ୍ଚ କରିଥିଲେ। ଏହି ସମୟରେ କେଡୀ ସିଂ ସମ୍ବନ୍ଧିତ ଓ ନିୟନ୍ତ୍ରିତ ଅଲକେମିଷ୍ଟ ଗ୍ରୁପର ୧୪ଟି କମ୍ପାନୀ ସମ୍ବନ୍ଧରେ ଜଣା ପଡ଼ିଥିଲା। ଏହି ଯାଞ୍ଚ ଅଭିଯାନ ବେଳେ ଅନେକ କାଗଜପତ୍ର ଜବତ କରାଯାଇଥିଲା। ଦିଲ୍ଲୀରେ କେଡୀ ସିଂଙ୍କ ସରକାରୀ ଆବସରେ ମଧ୍ୟ ତଲାଶି କରି ୧୦ ହଜାର ଡଲାରର ବିଦେଶୀ ମୁଦ୍ରା ସହିତ ନଗଦ ୩୨ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏଥିସହିତ କେଡୀ ସିଂଙ୍କ ପାଖାପାଖି ୨୩୯ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ଜବତ କଯାଇଥିଲା।