ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଟିଏଲ୍‌ଏମ୍‌ କିଟ୍ ବଣ୍ଟନ

ଫୁଲବାଣୀ,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲାର ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଏଜେଓ ଉଚ୍ଚ ବିଦ୍ୟାଳୟରେ ଟିଏଲ୍‌ଏମ୍‌ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ମୋଟ ୨୧୨ ଜଣ ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଏହି କିଟ୍ ପ୍ରଦାନ କରାଯାଉଛି। ଏହି ବଣ୍ଟନର ଉଦ୍ଘା‌ଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ୱର ଯୋଗଦେଇଥିବା ବେଳେ ଏହି ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ପାଇଁ ସିକନ୍ଦରାବାଦ ସ୍ଥିତ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ସଶକ୍ତୀକରଣ ପାଇଁ ଜାତୀୟ ପ୍ରତିଷ୍ଠାନ ତରଫରୁ ମାଗଣାରେଏହି କିଟ୍ ପ୍ରଦାନ କରାଯାଉଛି।

ଫିଜିଓଥେରାପି ଅଧ୍ୟାପକ ଡଃ ଆଶିଷ ପରାଶର ଓ ବୃତ୍ତିଗତ ଥେରାପି ଅଧ୍ୟାପକ ଡ. ଦେବାଶିଷ ରାଉତ ଏହି କିଟ୍‌ରେ ଥିବା ଉପକରଣ ଗୁଡ଼ିକର ବ୍ୟବହାର ଉପରେ ସମ୍ୟକ ଧାରଣା ଦେଇଥିଲେ। ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କହଁର, ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଦିଗାଲ, ଏଜେଓ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଲୀପ କୁମାର ପ୍ରଧାନ, ଶମର ବେହେରା, ପ୍ରୋଗ୍ରାମର ଶେଖର ବେହେରା ଓ ବିଦ୍ୟାଳୟର ଅନ୍ୟାନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବାଂ ଜିଲ୍ଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।