ଧରାପଡ଼ିଲା ଟିଟୋର ଡାହାଣ ହାତ ଶେଖ ଜାଭେଦ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍କ୍ରାଇମ ବ୍ରାଞ୍ଚର ଏସଟିଏଫ୍ ପକ୍ଷରୁ ପ୍ରମୁଖଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ ତଥା କୁଖ୍ୟାତ ଅପରାଧୀ ଶେଖ ଜାଭେଦ ଓରଫ ଦଙ୍ଗାକୁ ଗିରଫ କରାଯାଇଛି। ଶନିବାର ସକାଳ ୧୦ଟାରେ ଶେଖ ଜାଭେଦ୍‌କୁ ଗିରଫ କରାଯାଇଥିବା ଏସଟିଏଫ୍‌ ପକ୍ଷରୁ ସୂଚନା ମିଳିଛି। ଦଙ୍ଗା ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଦାଦାବଟି ଓ ଡକାୟତି ଭଳି ମାମଲା ରହିଛି । 

ସୂଚନା ଅନୁଯାୟୀ ଶେଖ ଜାଭେଦ୍‌ର ଘର କେନ୍ଦ୍ରାପଡ଼ା ଟାଉନ। ସେଠାରେ ସେ ଦାଦାବଟି ଆଦାୟର କାମ କରନ୍ତି। ତେବେ୨୦୧୭ ସେପ୍ଟମ୍ବର ୯ ତାରିଖରେ ଦଙ୍ଗା ଠିକାଦାର ଶିବପ୍ରସାଦ ପରିଡାଙ୍କୁ ବଟି ମାଗିଥିଲା। ତେବେ ସେ ବଟି ଦେବାରୁ ମନା କରିବାରୁ ତାଙ୍କ ବାସଭବନରୁ ଅପହରଣ କରି ଟିଟୋ ଖଟିରେ ପିଟିଥିଲା। ତେବେ ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିଥିଲା। ଶନିବାର ଏସଟିଏଫ୍‌ ଟିମ୍ ବିଶେଷ ସୂତ୍ରରୁ ଖବରପାଇ ଚଢ଼ଉ କରି ଶେଖ ଜାଭେଦ୍‌କୁ ଗିରଫ କରିଛି।