ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ସ୍ଥାନୀୟ ରେଡକ୍ରସ୍‌ ଭିନ୍ନକ୍ଷମ ସ୍କୁଲ୍‌ ପରିଦର୍ଶନ

ସଇନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ସ୍ଥାନୀୟ ରେଡକ୍ରସ୍‌ ଭିନ୍ନକ୍ଷମ ସ୍କୁଲ୍‌କୁ ୫ଟି’ରେ ରୁପାନ୍ତରିତ କରିବା ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳ ସତ୍ୟବାନ୍ ମନୋଜ ମହାଜନ ପରିଦର୍ଶନ କରିଛନ୍ତି। ପରିଦର୍ଶନ କରି ୫ଟି କାର୍ଯ୍ୟ କିଭଳି ଭାବେ ଭଲ ହେବ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀ କେମିତି ଲାଭ ପାଇପାରିବେ ତାହାନେଇ ସଇନ୍ତଲା ବିଡିଓ ଚନ୍ଦ୍ରମଣି ନାଗ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକିଶୋର ସାହୁ, ସହକାରୀ କନିଷ୍ଠ ଯନ୍ତ୍ରୀ ସନ୍ତୋଷ ବେହେରାଙ୍କ ସମେତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ।

ଉପଜିଲ୍ଲାପାଳ ମହାଜନ ସ୍କୁଲ୍ ପରିସର, ଶ୍ରେଣୀ ଗୃହ, ପାନୀୟ ଜଳ ବ୍ୟବସ୍ଥା, ଖେଳ ପଡିଆ ଓ ପରିସ୍ରାଗାର ଠିକ ଅଛି ନା ନାହିଁ ଓ ଏହା ସଠିକ୍ ଜାଗାରେ ଅଛି କି ନାହି ତାହା ତଦାରଖ କରିଥିଲେ। ପରିଦର୍ଶନ ବେଳେ ଶିକ୍ଷକ ସମୀର କୁମାର ନାଏକ, ପୁଷ୍ପାଞ୍ଜଳି ଦାସ, ରାହାସ ବିହାରୀ ସିଂ, ଦେବାନନ ସାହୁ, କମଳାରଞ୍ଜନ ଶତପଥି, ମୋନୱର ସୁଲତାନ ବେଗମ ପ୍ରମୁଖ ଉପସ୍ଥିତ ଥିଲେ।