ଟିଟଲାଗଡ଼ ଉପଜିଲ୍ଲାପାଳଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ

ନୟାଗଡ଼,ଏନ୍‌ଏନ୍‌ଏସ୍: ନୟାଗଡ଼ ସହର ପୁରୁଣା ବସଷ୍ଟାଣ୍ଡଠାରେ ଟିଟଲାଗଡ଼ ଉପଜିଲ୍ଲାପାଳଙ୍କ ଗାଡ଼ିକୁ ଆଜି ଏକ ସ୍କୁଟି ଆସି ଧକ୍କା ଦେଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଉପଜିଲ୍ଲାପାଳ ସୋମେଶ୍ କୁମାର ଉପାଧ୍ୟାୟଙ୍କ ଗାଡ଼ି ସାମନା ପଟ ଭାଙ୍ଗି ଯାଇଛି। ଫଳରେ ସେ ନୟାଗଡ଼ ଟାଉନ ଥାନା ନିକଟରେ ପହଞ୍ଚିଥିବା ବେଳେ ଖବରପାଇ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ସେଠାରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି।

ନୟାଗଡ଼ ଟାଉନଥାନା ପୁଲିସ ଗାଡ଼ି ମରାମତି ପାଇଁ ବ୍ୟବସ୍ଥା କରିବା ସହ ଦୁର୍ଘଟଣା ସମ୍ପର୍କରେ ଅନୁଧ୍ୟାନ ଚଳାଇଛି। ଆଜି ଶ୍ରୀଯୁକ୍ତ ଉପାଧ୍ୟାୟ କୌଣସି କାମରେ ନିଜର ପରିବାର ସହ ଭୁବନେଶ୍ୱର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଗାଡ଼ି ମରାମତି ପରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉପାଧ୍ୟାୟ ତାଙ୍କର ଗନ୍ତବ୍ୟ ସ୍ଥଳକୁ ଯାଇଥିବା ଜଣାପଡ଼ିଛି।