ଆକାଶବାଣୀ କେନ୍ଦ୍ରର ପ୍ରତିଷ୍ଠିତ ଧୁଡୁକି ବାଦକ ତୀର୍ଥାନନ୍ଦ ଦାସଙ୍କ ପରଲୋକ

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ ଗୋପାଳପୁର ପଞ୍ଚାୟତ ବେଗୁନିଆପଦା ଗ୍ରାମର ତୀର୍ଥାନନ୍ଦ ଦାସଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତୀର୍ଥାନନ୍ଦ କଟକ ଆକାଶବାଣୀ କେନ୍ଦ୍ରର ଜଣେ ସ୍ୱୀକୃତିପ୍ରାପ୍ତ ଧୁଡୁକି ବାଦକ ଥିଲେ। ବିଭିନ୍ନ ମଞ୍ଚରେ ଧୁଡୁକି ବାଦନ କରି ଦର୍ଶକମାନଙ୍କୁ ଆକୃଷ୍ଟ କରିପାରିଥିଲେ। ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ଏକାଧିକବାର ସେ ସମ୍ବର୍ଦ୍ଧିତ ହୋଇଛନ୍ତି।

ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗରେ ସମାଜସେବୀ ଗୌତମ ଜେନା, ଶ୍ରୀକାନ୍ତ ରାଉତରାୟ, ଇଂ. ଚିନ୍ମୟ ଜେନା, ସମିତିସଭ୍ୟ କୁଞ୍ଜ ବିହାରୀ ନାଥଶର୍ମା, ପୂର୍ବତନ ସରପଞ୍ଚ ସୁବାସ ମହାନ୍ତି, ପରମାନନ୍ଦ ସେଠୀ, ମହେନ୍ଦ୍ର ମଲ୍ଲିକ, ନରହରି ସେଠୀ, ଗୋପଗୁରୁ ସୁମନ ଦାସ, ଲକ୍ଷ୍ମଣ ଦାସ, ଜିତେନ୍ଦ୍ର ବିଶ୍ୱାଳ, ମନୋଜ ଭୂୟାଁ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି।