ଜିଲ୍ଲାକୁ ଫେରିଲେଣି ୫,୪୯୩ ଜଣ ପ୍ରବାସୀ

ଫୁଲବାଣୀ,ଏନ୍ଏନ୍ଏସ୍: ମହାମାରୀ କରୋନା ପାଇଁ ସାରା ଦେଶରେ ଜାରି ରହିଥିବା ଲକଡାଉନ ନିୟମରେ କୋହଳ ହେବା ପରେ ଆଜି ସୁଦ୍ଧା ବିଭିନ୍ନ ରାଜ୍ୟରେ ଫସି ରହିଥିବା ୫, ୪୯୩ ଜଣ ପ୍ରବାସୀ କନ୍ଧମାଳକୁ ଫେରିଛନ୍ତି। ସେମାନଙ୍କୁ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଇଥିବା ଅସ୍ଥାୟୀ ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ୧୨୦୧ ଜଣ ସଂଗରୋଧ ଅବଧି ଶେଷ କରି ଘରକୁ ଫେରିଛନ୍ତି।

ସେହିପରି ଆଜି ସୁଦ୍ଧା ଜିଲ୍ଲାରୁ ୨୫୮୯ ଜଣଙ୍କର ସ୍ୱାବ୍ ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ସେଥି ମଧ୍ୟରୁ ୨୫ଟି ପଜିଟିଭ୍ ଓ ୨୩୦୮ଟି ନେଗେଟିଭ୍ ଆସଛି ଓ ୫ଟି ଇନଭେଲିଡ୍ ହେଇଛି। ବାକି ୨୫୧ଟି ନମୁନାର ରିପୋର୍ଟ ଆସିବାକୁ ଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।