ପୁଣି ଫେରିଲା ଟିକଟିକ୍ ଆପ୍

ଇସଲାମାବାଦ,ଏଜେନ୍ସି: ଲୋକପ୍ରିୟ ଭିଡିଓ ଶେୟାରିଂ ଆପ ଟିକଟକ୍ ପୁଣିଥରେ କମବ୍ୟାକ କରିଛି। ୧୦ ଦିନତଳେ ପାକିସ୍ତାନ ସରକାର ଦେଶରେ ଟିକଟକୁ ବ୍ୟାନ କରିଥିଲେ। ହେଲେ ପୁଣି ପାକିସ୍ତାନରେ ଚାଲୁ ହୋଇଛି ଟିକଟକ । ପ୍ରକାଶଯେ, ଅଶ୍ଳୀଳ କଣ୍ଟେଣ୍ଟ ଟିକଟକରେ ପ୍ରମୋଟ କରାଯାଉଥିବାରୁ ପାକିସ୍ତାନର ଅଧିକାଂଶ ସଂଗଠନ ଏହାକୁ ବିରୋଧ କରିଥିଲେ। ସରକାରଙ୍କ ଉପରେ ଚାପ ବଢ଼ିବାରୁ ଇମ୍ରାନ ଖାନ ସରକାର ଏହାକୁ ବ୍ୟାନ କରିଥିଲେ। ବ୍ୟାନ ଯୋଗୁ ଏହି ଚାଇନିଜ କମ୍ପାନୀର ଅନେକ କ୍ଷତି ହୋଇଥିଲା। ଶେଷରେ ଚାଇନା ଚାପରେ ଇମ୍ରାନ ସରକାର ବ୍ୟାନ ଆଦେଶକୁ ହଟାଇ ଦେଇଥିବା କୁହାଯାଉଛି।