ନିର୍ଭୟା ଦୋଷୀମାନଙ୍କୁ ଭେଟିବା ପାଇଁ ପରିବାରବର୍ଗଙ୍କୁ ଚିଠି ଲେଖିଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ,ଏଜେନ୍ସି: ୨୦୨୦ ମସିହା ଫେବୃଆରୀ ୧୧ ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ଫାଶୀ ଦିଆଯିବ। ଏହା ପୂର୍ବରୁ ଦୋଷୀମାନଙ୍କୁ ପରିବାର ଲୋକେ ଭେଟିବା ପାଇଁ ତିହାର ଜେଲ୍‌ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଚିଠି ଲେଖିଛନ୍ତି। ଜାନୁଆରୀ ୨୩ ତାରିଖ ଦିନ ତିହାର ଜେଲ୍‌ ପ୍ରଶାସନର ଅଧିକାରୀମାନେ କହିଥିଲେ କି, ନିଜ ନିଜର ପରିବାର ଲୋକମାନଙ୍କୁ ସେମାନେ କେବେ ଭେଟିବେ ଏବଂ କେବେ ସେମାନଙ୍କ ସମ୍ପତ୍ତିର ‘ଇଚ୍ଛାପତ୍ର’ କରିବେ ସେ କଥା ଦୋଷୀମାନେ ଏଯାଏଁ କହିନାହାନ୍ତି।

ଜଣେ ବରିଷ୍ଠ ଜେଲ୍‌ ଅଧିକାରୀ କହିଥିଲେ: ମୃତ୍ୟୁ ପରଓ୍ଵାନା ଜାରି ହେବା ପରେ, ସେମାନେ କେବେ ଯେ’ଯାହାର ପରିବାର ଲୋକଙ୍କୁ ଶେଷଥର ଲାଗି ଦେଖା କରିବାକୁ ଚାହାଁନ୍ତି ବୋଲି ପଚରା ଯାଇଥିଲା। ଯଦି ଚାହୁଁଥାଆନ୍ତି, ତେବେ ସେମାନେ କେଉଁମାନଙ୍କୁ ଭେଟିବେ? କିନ୍ତୁ, ସେମାନଙ୍କ ମଧ୍ୟରୁ କେହି ଏ ପର୍ଯ୍ୟନ୍ତ ଜବାବ ଦେଇ ନାହାନ୍ତି। ଚାରି ଦୋଷୀ- ୨୬ ବର୍ଷୀୟ ବିନୟ ଶର୍ମା, ୩୧ ବର୍ଷୀୟ ଅକ୍ଷୟ କୁମାର ସିଂହ, ୩୨ ବର୍ଷୀୟ ମୁକେଶ କୁମାର ସିଂହ ଏବଂ ୨୫ ବର୍ଷୀୟ ପବନ ଗୁପ୍ତଙ୍କୁ ଜେଲ୍‌ ନମ୍ବର ୩ ପୃଥକ୍‌ ପୃଥକ୍‌ ସେଲ୍‌ରେ ରଖାଯାଇଛି। ସେହି ଜେଲ୍‌ରେ ହିଁ ସେମାନଙ୍କୁ ଫାଶୀ ଦିଆଯିବ।