କାର୍ ଦୁର୍ଘଟଣାରେ ଗଲଫ୍ ଖେଳାଳି ଟାଇଗର ଉଡସ୍ ଆହତ

ଲସ୍ ଆଞ୍ଜେଲସ୍,ଏଜେନ୍ସି: ପ୍ରସିଦ୍ଧ ଗଲଫ୍ ଖେଳାଳି ଟାଇଗର ଉଡସ୍ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ଲସ ଆଞ୍ଜେଲସରେ ତାଙ୍କ କାର ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିପଡ଼ିଥିଲା। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଟାଇଗର ଉଡସଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲକୁ ନିଆଯାଇଥିଲା। ଦୁର୍ଘଟଣାରେ ତାଙ୍କର ୨ଟି ଗୋଡରେ ଗଭୀର କ୍ଷତ ଲାଗିଛି। ଏଥିସହିତ ତାଙ୍କ ଜୀବନ ପ୍ରତି ବିପଦ ନଥିବା ଡାକ୍ତର ସୂଚନା ଦେଇଛନ୍ତି।

ନିକଟରେ ପିଠିରେ ଯନ୍ତ୍ରଣା ଯୋଗୁଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଟାଇଗର ଉଡସ୍ ତାଙ୍କ ଜୀବନ କାଳରେ ସେ ୧୫ଟି ଗଲଫ୍ ଟାଇଟଲ ହାସଲ କରିଛନ୍ତି।