ଭୁବନେଶ୍ୱର,ଏନ୍ଏନ୍ଏସ୍: ଅନୁଗୋଳର ସାତକୋଶିଆ ଜଙ୍ଗଲରେ ରହୁଥିବା ସୁନ୍ଦରୀକୁ ମଧ୍ୟ ପ୍ରଦେଶର କାହ୍ନା ଜଙ୍ଗଲକୁ ଫେରାଇଦେବା ପାଇଁ ଏନଟିସିଏଙ୍କ କର୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି । ଅନ୍ୟ ପକ୍ଷରେ ସୁନ୍ଦରୀକୁ ଦୀର୍ଘ ଦିନ ଧରି ଆବଦ୍ଧ କରି ରଖାଯିବା, ଏସଓପି ପାଳନ ନ କରିବା, ଗାଇଡ଼୍ ଲାଇନ୍, ପୁନଃ ଜଙ୍ଗଲୀ କରିବା କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଏନଟିସିଏ ତରଫରୁ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଇଥିବା ଚିଠିରେ ଏହା ଉଲ୍ଲେଖ ରହିଛି ।
ଆବଦ୍ଧ ଭିତରେ ବେଶୀଦିନ ରଖାଗଲେ ସୁନ୍ଦରୀକୁ ଜଙ୍ଗଲୀ କରିବା ପାଇଁ ବହୁ ସମସ୍ୟା ଦେଖାଦେବ । ଏହା ବ୍ୟତୀତ ଏନଟିସିଏଙ୍କ କର୍ତୃପକ୍ଷ କହିଛନ୍ତି ଯେ, ବ୍ୟାଘ୍ର ପ୍ରକଳ୍ପ ପାଇଁ ମିଳିଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରାଯିବା ଉପରେ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ସୁନ୍ଦରୀକୁ ଫେରାଇ ଦେବା ପରେ ତାକୁ କାହ୍ନାର ଘୋରେଲା ଜଙ୍ଗଲକୁ ନିଆଯାଇ ଜଙ୍ଗଲରୀ କରାଯିବ ବୋଲି ସମ୍ପୃକ୍ତ କର୍ତୃପକ୍ଷ କହିଛନ୍ତି ।