ଫାଶରୁ ଉଦ୍ଧାର କଲରାପତରିଆ ବାଘର ମୃତ୍ୟୁ

ଭଞ୍ଜନଗର,ଏନ୍ଏନ୍ଏସ୍: ବାର‌ହା ଫାଶରୁ ଉଦ୍ଧାର କଲରାପତରିଆ ବାଘର ମୃତ୍ୟୁ ହୋଇଛି। ବନ ବିଭାଗ ବାଘକୁ କିରିଆମ୍ବା ଜଙ୍ଗଲରେ ଛାଡ଼ିବାକୁ ନେଉଥିବା ବେଳେ ଜନ୍ତାରେ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଛି। ଏନେଇ ସୂଚନା ଦେଇଛନ୍ତି ବୁଗୁଡ଼ା ରେଞ୍ଜର। ତେବେ କେଉଁ କାରଣରୁ ବାଘର ମୃତ୍ୟୁର ଘଟିଛି, ତାହା ଜଣାପଡ଼ିନାହିିଁ।

ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ଅଞ୍ଚଳରେ ବାର୍‌ହା ଧରିବା ପାଇଁ ଫାଶ ବସା ଯାଇଥିଲା। ସେହି ଫାଶରେ ଫସି ଯାଇଥିଲା କଲରାପତରିଆ ବାଘ। ଫାଶରେ ପଡ଼ିବା ପରେ ବାଘଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ପରେ ଏନେଇ ବନବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଫାଶରୁ ବାଘକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବାକୁ ନେଉଥିବା ବେଳେ ମୃତ୍ୟୁ ଘଟିଥିଲା। ତେବେ ବାଘର ମୃତ ଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି।