ବାଘ ଆକ୍ରମଣରେ ୫ ଗୁରୁତର

ହେମଗିରି,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲା ହେମଗିର ରେଞ୍ଜ ଦାଘୋରା ସେକ୍ସନର ବଡରମ୍ଫିଆ ଗାଁରେ ଏକ କଲରାପତରିଆ ବାଘ ଆକ୍ରମଣରେ ୫ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ନଳିନୀ ବିଶ୍ୱାଳ, ପରମେଶ୍ୱର ଭୋଇ, ନିରଞ୍ଜନ ଭୋଇ, କେଶବ ମାକର ଏବଂ ପଦ୍ମାବତୀ ମାକର। ସମସ୍ତ ଆହତଙ୍କୁ ହେମଗିର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସଂଧ୍ୟାରେ ଏକ କଲରାପତରିଆ ବାଘ ଗାଁକୁ ପଶି  ଲୋକଙ୍କୁ ଆକ୍ରମଣ କରିଥିଲା। ସେହିପରି କିଛିଦିନ ପୂର୍ବରୁ ସେହିଗାଁର ଅନ୍ୟଜଣେ ବ୍ୟକ୍ତି ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବାବେଳେ ଏକ ଭାଲୁ ଆକ୍ରମଣରେ ଆହତ ହୋଇଥିଲେ।