ଅଷ୍ଟ୍ରେଲିଆ ଦିନିକିଆ ଦଳରେ ସାମିଲ ହେଲେ ଟାୟ

ସ୍ୱିଡନୀ,ଏଜେନ୍ସି: ନଭେମ୍ବର ୨୭ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆର ଦିନିକିଆ ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ଏହି ସମୟରେ ଅଷ୍ଟ୍ରେଲିଆ ଦଳରେ ପେସ୍ ବୋଲର ଆଣ୍ଡ୍ରୁ ଟାୟଙ୍କୁ ସାମିଲ କରାଯାଇଛି। କେନ୍ ରିଚାର୍ଡସନଙ୍କ ବଦଳରେ ତାଙ୍କୁ ସାମିଲ କରାଯାଇଛି। ଏନେଇ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

ସୂଚନା ଅନୁସାରେ ରିଚାର୍ଡସନଙ୍କ ଧର୍ମପତ୍ନୀ ଆଡେଲାଇଡରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଫଳରେ ତାଙ୍କୁ ମ୍ୟାଚକୁ ଛାଡ଼ି ଯିବାକୁ ପଡ଼ିଛି। ସେଠାରେ ତାଙ୍କର ବେଶ ଆବଶ୍ୟକ ରହିଛି। ଫଳରେ ସେ ଦିନିକିଆରୁ ତାଙ୍କ ନାମ ପ୍ରତ୍ୟାବର୍ତ୍ତନ କରିନେଇଛନ୍ତି। କେନଙ୍କ ପାଇଁ ଏହା ଏକ କଠିନ ନିଷ୍ପତ୍ତି ହୋଇଥିବା କୁହାଯାଇଛି। ତାଙ୍କ ପରିବର୍ତ୍ତେ ଦଳରେ ଟାୟଙ୍କୁ ସାମିଲ କରାଯାଇଛି।