ଛତିଶଗଡ଼ରେ ୩ ସ୍ୱାସ୍ଥ୍ୟକର୍ମୀ ନିଖୋଜ

ରାୟପୁର,ଏଜେନ୍ସି: ଛତିଶଗଡ଼ର ବିଜାପୁର ସହରରେ କାର୍ଯ୍ୟରତ ୩ ଜଣ ସ୍ୱାସ୍ଥ୍ୟକର୍ମୀ ନିଖୋଜ ଅଛନ୍ତି। ମାଓବାଦୀମାନେ ଏମାନଙ୍କୁ ଅପହରଣ କରିଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଶନିବାର ବିଜାପୁର ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ୨୨ ଯବାନ ସହିଦ ହୋଇଥିଲେ। ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ କେତେକ ମାଓବାଦୀ ଗୁରୁତର ଆହତ ମଧ୍ୟ ହୋଇଥିଲେ। ତେଣୁ ଆହତ ମାଓବାଦୀଙ୍କୁ ଚିକିତ୍ସା କରିବା ଲକ୍ଷ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରାଯାଇଥିବା ଆଶଙ୍କା ପ୍ରକାଶ ପାଇଛି।