ଭୁବନେଶ୍ୱର,ଏନ୍ଏନ୍ଏସ୍: ପୌର ନିର୍ବାଚନ ଭୋଟ ଦେବାକୁ ମିଳିବ ଛୁଟି। ଭୋଟ ଦେବାକୁ ଚାହୁଁଥିବା ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି। ଭୋଟ ପୁର୍ବ ଦିନ ,ଭୋଟ ଦିନ ଓ ଭୋଟ ପରଦିନ ୩ ଦିନ ସ୍ବତନ୍ତ୍ର ଛୁଟି ଦିଆଯିବ।
ରାଜ୍ୟର ୩ଟି ମହାନଗର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ସମେତ ୧୦୬ ପୌର ପରିଷଦ ପାଇଁ ଆସନ୍ତା ୨୪ ତାରିଖରେ ଭୋଟ୍ ପଡିବ। ଯାହାର ଫଳାଫଳ ମାର୍ଚ୍ଚ ୨୬ ତାରିଖରେ ଆସିବ।
ଏହାପରେ ଏପ୍ରିଲ ୭ ତାରିଖରେ ପୌର ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ହେବ, ଏପ୍ରିଲ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ। ପୌର ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ପ୍ରାର୍ଥୀମାନେ ଏବେ ଭୋଟରମାନଙ୍କ ବିଶ୍ୱାସ ଜିତିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି।