ମାରଣାସ୍ତ୍ର ଦେଖାଇ ବସ୍‌ କଣ୍ଡକ୍ଟରଙ୍କୁ ଲୁଟ୍

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଜାମୁଡିହି ସାହି ଛକଠାରେ ଶନିବାର ରାତିରେ କେତେକ ଦୁର୍ବୃତ୍ତ ମାରଣାସ୍ତ୍ର ଦେଖାଇ ଭୁବନେଶ୍ୱର- ବଣ୍ଡ ବସ୍ କଣ୍ଡକ୍ଟର ଠାରୁ ୧୦ହଜାର ଟଙ୍କା ଲୁଟି ନେଇଛନ୍ତି।

ଗତକାଲି ବସଟି ଭୁବନେଶ୍ୱରରୁ ମୟୂରଭଞ୍ଜ ସରତକୁ ଯାଉଥିବାବେଳେ ଜାମୁଡିହି ଠାରେ ଦୁଇ ଜଣ ଯୁବକ ତାକୁ ବନ୍ଧୁକ ଦେଖାଇ ଅଟକାଇ ଥିଲେ। ପରେ ବସ୍‌ କଣ୍ଡକ୍ଟରଙ୍କୁ ବନ୍ଧୁକ ଦେଖାଇ ତାଙ୍କ ଠାରୁ ୧୦ହଜାର ଟଙ୍କା ଲୁଟି ନେଇଥିଲେ। ଏ ନେଇ କଣ୍ଡକ୍ଟର ଜଣଙ୍କ ନୀଳଗିରି ଥାନରେ ଅଭିଯୋଗ କରିଛନ୍ତି। ପରେ ପୁଲିସ ଏ ନେଇ ଛାନଭିନ ଆରମ୍ଭ  କରିଛି।