ମୁମ୍ବାଇ : ଦେଶରେ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ଆଜି ତାଲା ବନ୍ଦ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ, ତାଲା ବନ୍ଦ ଦିନଠାରୁ ବିଭିନ୍ନ ସହରରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ପଳାଇବାକୁ ଚେଷ୍ଟା କରୁଛନ୍ତି। ଆଜି ହଜାର ହଜାର ଶ୍ରମିକ ଘରକୁ ଯିବା ପାଇଁ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ବାନ୍ଦ୍ରା ଷ୍ଟେସନରେ ଏକାଠି ହୋଇଥିଲେ। ଏଠାରେ ସେମାନେ ନିଜ ନିଜ ଘରକୁ ଯିବାକୁ ଦାବି କରିବା ଆରମ୍ଭ କରିଥିଲେ। ସେମାନଙ୍କୁ ହଟାଇବା ପାଇଁ ପୁଲିସ ଲାଠିଚାର୍ଜ କରିଥିବା ଜଣାପଡ଼ିଛି। ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଲୋକମାନେ ସେଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ।