ଦିଲ୍ଲୀରେ ସାଧାରଣ ସ୍ଥାନରେ ଛେପ ପକାଇଲେ ହଜାରେ ଟଙ୍କା ଜରିମାନା

ନୂଆଦିଲ୍ଲୀ,ଏଜେନ୍ସି : ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଏହାକୁ ରୋକିବା ପାଇଁ ନୂଆଦିଲ୍ଲୀ ପୌର ପରିଷଦ (ଏନଡିଏମସି) କେତେକ କଟକଣା ଜାରି କରିଛି। ତଦନୁଯାୟୀ ସାଧାରଣ ସ୍ଥାନରେ ଛେପ ପକାଇଲେ ବା ପରିସ୍ରା କଲେ, ଏକ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। କେବଳ ସେତିକି ନୁହେଁ, ମଦ, ଗୁଟଖା, ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରିକୁ ବ୍ୟାନ୍ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଏନଡିଏମସି ପକ୍ଷରୁ ଏକ ବିବୃତିରେ କୁହାଯାଇଛି।