ଦିଲ୍ଲୀ ମୁହାଁ ହଜାର ହଜାର କୃଷକ

ନୂଆଦିଲ୍ଲୀ,ଏଜେନ୍ସି: ଗତ ସେପ୍ଟେମ୍ବର ମାସରେ ସଂସଦରେ ପାରିତ ହୋଇଥିବା ୩ଟି କୃଷି ବିଲକୁ ବିରୋଧ କରି କୃଷକମାନେ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରିଛନ୍ତି। ଏନେଇ ହଜାର ହଜାର କୃଷକ ଏକଜୁଟ ହୋଇ ଦିଲ୍ଲୀ ଅଭିମୁଖେ ବିରୋଧ ପ୍ରଦର୍ଶନ ପାଇଁ ବାହାରିଛନ୍ତି। ଏଥିରେ ବିଶେଷ କରି ପଞ୍ଜାବ ଓ ହରିଆଣାର ଚାଷୀମାନେ ରହିଛନ୍ତି।

ଗତକାଲି କୃଷକମାନେ ଦିଲ୍ଲୀକୁ ପାନିପତ, ସିରସା, କୁରୁକ୍ଷେତ୍ର, ଫତିଆବାଦ ଓ ଜିଣ୍ଡ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ଓ କୃଷକ ମାନଙ୍କ ମଧ୍ୟରେ ହାଇ ଭୋଲଟେଜ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ରାଜଧାନୀରେ ପ୍ରଦର୍ଶନ କରିବାକୁ କୃଷକ ସଂଗଠନର ସମସ୍ତ ଦାବିକୁ ପୁଲିସ ପ୍ରତ୍ୟାଖ୍ୟାନ କରିଛି। କରୋନା ମହାମାରୀ ସମୟରେ ଯଦି କୃଷକମାନେ ଦିଲ୍ଲୀରେ ଏକାଠି ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ସୂଚନା ଦେଇଛି।