ରାଜ୍ୟରେ ପ୍ଲାଜମା ଥେରାପିରେ ସୁସ୍ଥ ହେଲେଣି ହଜାରେ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ଲାଜମା ଥେରାପିରେ ସଫଳତା ମିଳିଛି। ରାଜ୍ୟର ହଜାରେ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା କରାଯାଇ ସୁସ୍ଥ କରାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏନେଇ ସରକାରୀ ଓ ବେସରକାରୀ କୋଭିଡ ହସ୍ପିଟାଲମାନଙ୍କରୁ ପ୍ଲାଜମା ସଂଗ୍ରହ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିସହ ଯେଉଁମାନଙ୍କର ଆବଶ୍ୟକ ଥିବା ସେମାନଙ୍କୁ ପ୍ଲାଜମା ଚିକିତ୍ସା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।