ଟ୍ରେନରେ ମାସ୍କ ନ ପିନ୍ଧିଲେ ଦେବାକୁ ପଡ଼ିବ ଜରିମାନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟ୍ରେନରେ ମାସ୍କ ନ ପିନ୍ଧିଲେ ଏଥର ଜରିମାନା ଭରିବାକୁ ପଡ଼ିବ। ମାସ୍କ ନ ପିନ୍ଧିବା ସହ ଛେପ ପକାଇଲେ ୫୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଟ୍ରେନରେ ଯିବାବେଳେ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦେଶରେ ଦ୍ରୁତ ଗତିରେ ବଢ଼ୁଥିବା କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଏହି ପଦକ୍ଷେପ ନେଇଛି। ଏଥିସହିତ କରୋନା ସମ୍ପର୍କିତ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି।