ଭୁବନେଶ୍ୱର: ହଟସ୍ପଟ ଜିଲ୍ଲାରୁ ଭୁବନେଶ୍ୱର ଫେରିଲେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଆଜି ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ବଢ଼ୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ହେମ୍ କ୍ୱାରେଣ୍ଟାଇନ ନୁହେଁ ବରଂ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ରାଜଧାନୀରେ ମୁଖ୍ୟତଃ ବସ୍ତି ଅଂଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ୱାର୍ଡ କମିଟି ଗଠନ କରି ଆକ୍ଟିଭ ସର୍ଭିଲାନ୍ସ ଜାରି ରହିଛି। ଏହି ଆଧାରରେ ସୁବାସ ନଗର ଅଂଚଳରେ ୬ ରାଉଣ୍ଡ ଆକ୍ଟିଭ ସର୍ଭିଲାନ୍ସ ହୋଇଛି। ସେହିପରି ଅଧିକ ପ୍ରଭାବିତ ଆଶଙ୍କା ଥିବା ବୟସ୍କ ଓ ଶିଶୁଙ୍କୁ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ଆପ୍ ଜରିଆରେ ସଚେତନ କରାଯାଉଛି। ପରିବାର ସହ ରହୁନଥିବା ୫ ହଜାର ବୟସ୍କଙ୍କୁ ଚିହ୍ନଟ କରାଯାଇଛି। ସଂଧ୍ୟା ୫ରୁ ୭ଯାଏଁ ଏହି ବୟସ୍କଙ୍କ ପାଇଁ ପାର୍କ ଖୋଲାଯାଉଛି ବୋଲି କମିଶନର କହିଛନ୍ତି।