ଦିଲ୍ଲୀରେ ଏଥର ବି ବିକ୍ରି ହେବନି ବାଣ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଚଳିତ ବର୍ଷ ମଧ୍ୟ ଦୀପାବଳୀରେ ବାଣ ବିକ୍ରି ଓ ଜଳାଇବା ଉପରେ ପ୍ରତିବନ୍ଧ ଜାରି ରହିବ । ଏନେଇ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦିଲ୍ଲୀ ପୁଲିସକୁ ସୂଚନା ଜାରି କରାଯାଇଛି । ଗତ କିଛି ବର୍ଷ ହେବ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଉପରେ ରୋକ ଲଗାଯାଉଛି । ଶୀତ ଦିନେ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବାରେ କାର୍ଯ୍ୟଯୋଜନା ଅନ୍ତର୍ଗତ ବାଣ ନିର୍ମାଣ, ବିକ୍ରି, ଭଣ୍ଡାର ଓ ଉପଯୋଗ ଉପରେ ପ୍ରତିବନ୍ଧ ଲଗାଯାଇଥିବା ନେଇ ଦିଲ୍ଲୀ ସରକାର କହିଛନ୍ତି ।

ଦିଲ୍ଲୀରେ ବାଣକୁ ସବୁଦିନ ପାଇଁ ବ୍ୟାନ କରିବାର ମାମଲା ଗତ ମାସରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଏହାସହ ଗ୍ରୀନ ବାଣକୁ ବିକ୍ରି କରିବାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।